13/04/2026
ଆଜି ତା ୧୩.୦୪.୨୦୨୬ ରିଖ ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ର ଗୃହବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ଧୂମଧାମ ରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ର ପାରମ୍ପରିକ ଖାଦ୍ୟ ମେଳା ଆୟୋଜିତ ହୋଇଯାଇଅଛି।ଏହି ମେଳାରେ ଗୃହ ବିଜ୍ଞାନ ବିଭାଗ ର ଉଦୀୟମାନ ଛାତ୍ରୀ ଉଦ୍ୟୋଗୀ ତଥା ଆଗ୍ରହୀ ଛାତ୍ରୀ ମାନେ ଆମ ଖାଦ୍ୟ ଏଵଂ ଆମ ରୁଚି କୁ ଆଖିରେ ରଖି ବିଭିନ୍ନ ପିଠାପଣା ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀ କୁ ବିଶ୍ୱବିଦ୍ୟାଳୟ ର ମାନ୍ୟବର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ. ବି. ରାଉତ ଉଦଘାଟନ କରି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ବିଭାଗ ର ମୁଖ୍ୟ ଡ଼. ଜ୍ୟୋତିର୍ମୟୀ ଉଦଗାତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରୀମାନେ ଚନ୍ଦ୍ରକାନ୍ତି, ଛୁଞ୍ଚିପତ୍ର ପିଠା, ଚକୁଳି ପିଠା, କ୍ଷୀର ପୋଡପିଠା, ପୋଡ଼ପିଠା, ଆରିସା, କାକରା, ମାଣ୍ଡିଆ ପାଣିପୁରି, ଦହିବରା ଆଳୁଦମ୍, ସରପୁଳି, ଏଣ୍ଡୁରି ପିଠା, ଗଇଁଠା, ବିଭିନ୍ନ ପ୍ରକାର ର ସାଲାଡ୍ ଆଦି ପ୍ରସ୍ତୁତ କରିଥିଲେ ।
Higher Education Department, Government of Odisha CMO Odisha Governor Odisha