05/09/2021
~~~~~~~. ଆମ ପ୍ରାର୍ଥନା. ~~~~~~~~
ହେ ଆନନ୍ଦମୟ କୋଟି ଭୁବନ ପାଳକ
ଅଧମ, ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ
ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ
ସତ୍ୟପଥେ ଧର୍ମପଥେ ଘେନି ଯାଅ ମୋତେ
ଭସାଓ ପରାଣ ମୋର ତବ ପ୍ରେମ ସ୍ରୋତେ
ପ୍ରଭୁ ପରମ ଶରଣ
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ..